ଆରମ୍ଭ ହୋଇସାରିଛି ବର୍ଷାର ତାଣ୍ଡବ । କଲ୍ୟାଣୀ ଓ ନାଗାବଳୀ ନଦୀରେ ଫୁଲିବାକୁ ଲାଗିଛି ବନ୍ୟାଜଳ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରଠାରୁ ୬ଟି ପଞ୍ଚାୟତକୁ ସଂଯୋଗ କରିଛି କଲ୍ୟାଣୀ ନଦୀ । ଏହା ଉପରେ ହୋମ ପାଇପ ଦ୍ୱାରା ଏକ ଅସ୍ଥାୟୀ ପୋଲ ର୍ନିମାଣ କରାଯାଇଥିଲା । ବର୍ଷାରେ ଏହି ପୋଲ ଉପରେ ୫ଫୁଟ ଉଚ୍ଚାରେ ପାଣି ବହିବା କାରଣରୁ, ଲୋକଙ୍କ ଯାତାୟତ ଠପ ହୋଇ ପଡିଛି । ପିଲାଙ୍କ ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଯାଇଛି । ଅନ୍ୟପଟେ ସ୍ଥାୟୀ ପୋଲ ର୍ନିମାଣ ହୋଇପାରୁନଥିବାରୁ, ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here