ପୁଣି ଚର୍ଚ୍ଚାରେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ଏଥର କିଛି ଭିନ୍ନ ଏବଂ ଦୁଃସାହସିକ କାମ ପାଇଁ ସାରା ବିଶ୍ୱରେ ଏବେ ମୋଦିଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ରେ ନଜର ଆସିବେ ମୋଦି । କାର୍ଯ୍ୟକ୍ରମର ସଂଚାଳକ ବିୟର ଗ୍ରୀଲ୍ସଙ୍କ ସହ କିଛି ଖତରନାକ ଆଡେଭନଞ୍ଚର ଷ୍ଟଣ୍ଟ ବି କରିଛନ୍ତି ମୋଦି । ଜଙ୍ଗଲରେ ସମୟ ବିତାଇବା,ଖାଦ୍ୟ ଅନ୍ୱେଷଣ ଭଳି କିଛି ନିଆରା ଷ୍ଟଣ୍ଟକୁ ଟିଭି ସ୍କ୍ରିନରେ ଦେଖିବାକୁ ମିଳିବ । ଅଗଷ୍ଟ ୧୨ରେ ଏହା ଡିସ୍କଭରି ଚ୍ୟାନେଲରେ ପ୍ରସାରଣ ହେବ । କିନ୍ତୁ ତା ପୂର୍ବରୁ ଏହାର ଟିଜର ଆଜି ରିଲିଜ ହୋଇଛି ।

LEAVE A REPLY

Please enter your comment!
Please enter your name here