କଟକରେ ବହୁ ଚର୍ଚ୍ଚିତ ସିରିଜ ହତ୍ୟା ମାମଲା । ହତ୍ୟାକାଣ୍ଡ ଘଟଣାରେ ଦୋଷ ମାନିଲା ଅଭିଯୁକ୍ତ ନାରାୟଣ ସାହୁ । ଓଏମପି ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ହତ୍ୟା କରିଥିବା କଥା ସେ ସ୍ୱିକାର କରିଛି । ହେଲେ ରାଣୀହାଟ ହତ୍ୟାକାଣ୍ଡକୁ ମାନୁନାହିଁ ନାରାୟଣ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଏବଂ ଦୁଇଟି ଗାମୁଛା ଜବତ କରିଛି ପୋଲିସ । ସିରିଜ ହତ୍ୟା ଘଟଣାରେ ନାରାୟଣ ସାହୁଙ୍କୁ ନୟାଗଡରୁ ଗିରଫ କରିଥିଲା ପୋଲିସ । ଗୋଟିଏପଟେ ପୋଲିସ ନାରାୟଣ ହିଁ ଦୋଷୀ କହୁଥିବାବେଳେ ଅନ୍ୟପଟେ ଏକଥାକୁ ମିଛ ବୋଲି କହୁଛନ୍ତି ନାରାୟଣଙ୍କ ପରିବାର ଲୋକେ ଏବଂ ତାଙ୍କ ଗାଁ ଲୋକ । ଗତକାଲି ତାଙ୍କର ପତ୍ନୀଙ୍କ ବୟାନ ସାମ୍ନାକୁ ଆସିଲା ପରେ ଏବେ ନାରାୟଣଙ୍କ ମା ପୁଅ ପାଇଁ ଆକୁଳ ନିବେଦନ କରିଛନ୍ତି । ନାରାୟଣଙ୍କ ମା ସତ୍ୟଭାମା କହିଛନ୍ତି କି, ତାଙ୍କ ପୁଅ ରକ୍ତ ଦେଖିଲେ ବେହୋସ ହୋଇଯାଏ, କଣ୍ଟା ଫୁଟିଲେ ଚେତା ହରାଏ । ସେ କେମିତି ହତ୍ୟା କରିବ । ମୋ ପୁଅ ନିର୍ଦ୍ଦୋଷ । ସେ ବାୟା ପାଗଳ ହୋଇ ବୁଲୁଥିଲା । ତାକୁ ପୋଲିସ ଉଠାଇ ନେଇଛନ୍ତି । ସେ ନିର୍ଦ୍ଦୋଷ ବୋଲି କହି ଛାଡିଦେବାକୁ ଆକୁଳ ନିବେଦନ କରିଛନ୍ତି ନାରାୟଣଙ୍କ ମା ସତ୍ୟଭାମା ସାହୁ ।

LEAVE A REPLY

Please enter your comment!
Please enter your name here