ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ ସ୍ୱତନ୍ତ୍ରତା ଦିଆଯାଉଥିଲା ତାହା ଆଜି ଉଚ୍ଛେଦ କରାଯାଇଛି । ଏହା ଫଳରେ ଜାମ୍ମୁକାଶ୍ମୀର ରାଜ୍ୟ ମାନ୍ୟତା ହରାଇଛି । ଦେଶରେ ଜାମ୍ମୁକାଶ୍ମୀରକୁ ବହୁମାତ୍ରାରେ ସୁରକ୍ଷାକର୍ମୀ ପଠାଯିବା ନେଇ ଯାହା ବଡ଼ଧରଣର କିଛି କାର୍ଯ୍ୟ ହେବ ଆଶଙ୍କା କରାଯାଉଥିଲା ତାହା ହୋଇଛି । ଆଜି ରାଜ୍ୟସଭାରେ ବିଲ ଉପସ୍ଥାପନା କରାଯାଇ ଧାରା ୩୭୦ ଉଚ୍ଛେଦ କରାଯାଇଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଠିଯିବା ପରେ ବର୍ତ୍ତମାନ ତାହା ଏବେ ରାଜ୍ୟ ନୁହେଁ । ବର୍ତ୍ତମାନ ଜାମ୍ମୁକାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି । କିନ୍ତୁ ତାହା ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ରଶାସିତ ଅଞ୍ଚଳ ହେବ । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ ରୋକିବାକୁ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଥିବା ଶାହା କହିଛନ୍ତି । ଅନ୍ୟ କେନ୍ଦ୍ରଶାସିତ ଅଂଚଳ ଭଳି ଜାମ୍ମୁକାଶ୍ମୀରରେ ମଧ୍ୟ ସମାନ ବ୍ୟବସ୍ଥା ରହିବ । ଏହା ସହ ଜାମ୍ମୁକାଶ୍ମୀରର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ ବୋଲି ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here