ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ବେଲପଡାଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ଏକ ପଥର ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ପଥର ବୋଝେଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କର ମୃୁତୁ୍ୟ ହୋଇଥିଲା । ମୃତକ ଡ୍ରାଇଭର ହେଉଛନ୍ତି ମୁନା ପଟ୍ଟନାୟକ ଓ ହେଲପର ସୁଦର୍ଶନ ବେହେରା । ସେମାନେ ଟାଙ୍ଗି ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଟ୍ରକଟିର ଡ୍ରାଇଭର ଗଣେଶ ରାଓ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହେଲପର ଫେରାର ଅଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରୁଛି । ଏବଂ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଛନ୍ତି ଓ ଟ୍ରକ ଦୁଇଟିକୁ ଜବଦ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here