ପଞ୍ଚାୟତ ସମିତି ବୈଠକରେ ହାତାହାତି । ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ । ଏ ଦୃଶ୍ୟ ହେଉଛି ଗୁଣପୁର ପଞ୍ଚାୟତ ସମିତି ବୈଠକର । ଯେଉଁଠି ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନ ଗମାଙ୍ଗଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଛି । ଆଜି ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା । ତେବେ ବିଡିଓ କୋରମ ଅଭାବରୁ ବୈଠକକୁ ବାତିଲ କରିବାକୁ ଦାବି ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଅଶ୍ୱିନୀ ତାଙ୍କୁ ମାଡ ମାରିଥିଲେ । ଚେୟାରରେ ବସିଥିବାବେଳେ ଅଶ୍ୱିନ ଶ୍ରୀଧରଙ୍କୁ ମାଡ ମାରିଥିଲେ । ବୈଠକରେ ଉପସ୍ଥିିତ ଥିବା ବିଡିଓ, ବିଧାୟକ ସେମାନଙ୍କୁ ଛଡାଇଥିଲେ

LEAVE A REPLY

Please enter your comment!
Please enter your name here