ଦବିଲା ପଳାଶୁଣୀ ଓଭରବ୍ରିଜ୍ । ଭୁବନେଶ୍ୱର ପଳାଶୁଣି ଓଭରବ୍ରିଜ ଦବିଯାଇଥିବା ଦେଖିବାକୁ ମିଳିଛି । ହାଇଟେକ ଛକ ନିକଟରେ ଓଭରବ୍ରିଜର କିଛି ଅଂଶ ଦବିଥିବା ଦେଖାଯାଇଛି । ଯାହା ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏହି ଖବର ପ୍ରସାରଣ ହେବା ପରେ ଘଟଣା ସ୍ଥଳରେ ଟ୍ରାଫିକ ପୋଲିସ ଓ ଏନଏଚଏଆଇ ଅଧିକାରୀ ଆସି ପହଁଞ୍ଚିଥିଲେ । ଏବଂ ଦବିଥିବା ସ୍ଥାନକୁ କର୍ଡନ କରି ବାଲିବସ୍ତା ପକାଇଛନ୍ତି । ଏହା ପରେ ଗାଡି ଚଳାଚଳ ଧିରେଧିରେ ସ୍ୱାଭାବିକ ହୋଇଛି । ଅନ୍ୟପଟେ ଏହି ବ୍ରିଜ ଦବିବା ଘଟଣାକୁ ତଦନ୍ତ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏବଂ ଏହି ବ୍ରିଜ କାହିଁକି ଦବିଲା ଓ କେଉଁ ପରିସ୍ଥିତିରେ ଏହା ଦବିଲା ଏହା ନିମ୍ନ ମାନର କାମ ଥିଲା ନା ଅନ୍ୟ କିଛି କାରଣ ବର୍ତ୍ତମାନ ଏହାର ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here