ମାଓ ମୁକାବିଲା ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମାଓ ସ୍ଥିତି ସମୀକ୍ଷା ହେବା ପରେ ମାଓ ଅଧ୍ୟୁଷିତ ଅଂଚଳରେ ଟେଲିଫୋନ ଯୋଗଯୋଗ,ବ୍ୟାଙ୍କିଂ, ରେଳ ଯୋଗାଯୋଗ ପାଇଁ ଗୁରୁତ୍ୱ ଦେବାକୁ ଦାବୀ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ମାଓ ମୁକାବିଲା ପାଇଁ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସୁରକ୍ଷା ଓ ବିକାଶ ସମ୍ପର୍କିତ ଆଲୋଚନା କରାଯାଇଥିଲା । ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ତୁରନ୍ତ ରେଳ ସଂଯୋଗ ପାଇଁ ଦାବୀ କରାଯାଇଛି । କେନ୍ଦ୍ର ଏଥିପ୍ରତି ପଦକ୍ଷେପ ନେଲେ ମାଗଣାରେ ରାଜ୍ୟ ସରକାର ଜମି ପ୍ରଦାନ କରିବେ । ଏହା ସହ ପ୍ରକଳ୍ପର ଅଧା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଏହି ସବୁ ଦାବୀ ପୁରଣ ନେଇ ଆଶାବାଦୀ ଅଛୁ ବୋଲି ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ଦେଶର କେତେକ ସ୍ଥାନରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକ ମିଳୁଛି । ତେଣୁ ଆଜି ନକ୍ସଲ ସମସ୍ୟା ନେଇ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସେହି ବୈଠକରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମାଓ ସ୍ଥିତି ସମୀକ୍ଷା କରାଯାଇଥିଲା । ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ

LEAVE A REPLY

Please enter your comment!
Please enter your name here