ଦାରିଦ୍ର‌୍ୟ ଉଜାଡ଼ି ଦେଇଛି ଆଉ ଏକ ପରିବାର । ଗରିବୀ ଯୋଗୁଁ ଘର ସମ୍ଭାଳିବା ଅସମ୍ଭବ ହେବାରୁ ଶେଷରେ ଦୁଇ ପିଲାଙ୍କ ସହିତ ମା’ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତେଲରାଇ ଗ୍ରାମରେ । ମା’ ଏବଂ ଗୋଟିଏ ପୁଅ ପ୍ରାଣ ହରାଇଥିବାବେଳେ ଆଉ ଏକ ପୁଅ ଏବେବି ଗୁରୁତର ଅଛନ୍ତି । ମୃତ ମହିଳା ଜଣକ ହେଲେ ମୁକା ପଡ଼ିଆମୀ । ତେଲରାଇ ଗାଁର ମୁକା ପଡ଼ିଆମୀଙ୍କ ସ୍ୱାମୀ ଗତ ୪ ବର୍ଷ ତଳେ ପ୍ରାଣ ହରାଇଛନ୍ତି । ଏହା ପରେ ବିଧବା ମୁକା ଏକୁଟିଆ ୪ଟି ପିଲାଙ୍କୁ ନେଇ ରହୁଥିଲେ । ଦୁଇଟି ପିଲାଙ୍କୁ ସେ ଏକ ଆବାସିକ ବିଦ୍ୟାଳୟରେ ଛାଡ଼ି ଦେଇଛନ୍ତି । ଅନ୍ୟ ଦୁଇ ପିଲାଙ୍କ ସହ ରହୁଥିବାବେଳେ ଆଜି ବିଷ ପିଇ ଦେଇଛନ୍ତି । ଫଳରେ ମୁକା ଏବଂ ୫ ବର୍ଷର ପୁଅଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ୪ ବର୍ଷର ପୁଅ ଗୁରୁତର ଅଛନ୍ତି । ତାକୁ କାଲିମେଳାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ଦଦ୍ଭଦଦ୍ଭସେ ଦାରିଦ୍ର‌୍ୟତା ଯୋଗୁଁ ଆତ୍ମହତ୍ୟା କରିଥିବା ପଡ଼ୋଶୀ ସନ୍ଦେହ କରିଛନ୍ତି । ସେମାନେ ବହୁତ ଅଭାବ ଅନଟନରେ ରହୁଥିଲେ ବୋଲି ପଡ଼ୋଶୀ କହିଛନ୍ତି । କାଲିମେଳା ଥାନା ପୋଲିସଚ ମେଡ଼ିକାଲରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here