ରାୟଗଡା ଷ୍ଟେସନକୁ ମିଳିଲା ରେଲୱାଇ ଡିଭିଜନର ମାନ୍ୟତା | ମାନ୍ୟତା ମିଳିବା ପରେ ଏବେ ଆରମ୍ଭ ହୋଇଯାଇଛି ଉଛେଦ ପକ୍ରିୟା | ପ୍ରଥମ ପର୍ଯାୟରେ ଗତ ୨୧ ତାରିଖ ଦିନ ଷ୍ଟେସନ ବାହାରେ ଥିବା ୬ଟି ଦୋକାନ ଗୃହକୁ ଜେସିପି ସାହାଯ୍ୟରେ ଭଙ୍ଗା ଯାଇଥିଲା | ଦ୍ଵିତୀୟ ପର୍ଯାୟରେ ମଙ୍ଗଳବାର ରେଲୱାଇ କର୍ମଚାରୀ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫ଟି ଦୋକାନ ଗୃହକୁ ଭଙ୍ଗା ଯାଇଛି | ସେପଟେ ଜିଲ୍ଲା ପ୍ରଶାସନ ଥଇଥାନ ନକରି ଦୋକାନ ଭାଙ୍ଗି ଦେଇଥିବା ନେଇ ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି | ଛୋଟ ମୋଟିଆ ଉଠା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏନେଇ କ୍ଷତିଗ୍ରସ୍ତ ଉଠାଦୋକାନୀମାନେ ଜିଲ୍ଲାପାଳଙ୍କୁ ଭେଟି ଥଇଥାନ କରିବା ପାଇଁ ନିବେଦନ କରିଛନ୍ତି | ଅପରପକ୍ଷେ ଦ୍ଵିତୀୟ ପର୍ଯାୟରେ ଶାନ୍ତିଶୃଙ୍ଖଳାର ସହ ଉଛେଦ କାର୍ଯ୍ୟ ଶେଷ ହୋଇଥିବା ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ କହିଛନ୍ତି |

LEAVE A REPLY

Please enter your comment!
Please enter your name here