ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଲାଗି ବଦଳିଲା ନୀତି ନିୟମ | ପ୍ରତି ସେମିଷ୍ଟାର ପରୀକ୍ଷା ଲାଗି କରାଯାଉଥିବା ଫର୍ମ ପୂରଣ ଆଉ କରାଯିବ ନାହିଁ | କେବଳ ଗୋଟିଏ ଥର ହିଁ ଛାତ୍ରଛାତ୍ରୀ ନାମଲେଖା/ପୁନଃନାମଲେଖା ସମୟରେ ପରୀକ୍ଷା ଫି ଦେବେ | ତେବେ ବ୍ୟାକ୍ ପେପର ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ଓ ଫି’ ଆଦାୟ କରାଯିବ | ତେବେ ଏହି ନୀତି ନିୟମ ୨୦୧୯-୨୦ ଶିକ୍ଷାବର୍ଷଠାରୁ ଲାଗୁ କରାଯିବ | ଏଥିସହ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟରରେ ଆଡମିଟ୍ କାର୍ଡ ଦିଆଯିବ ନାହିଁ | ବିଶ୍ବବିଦ୍ୟାଳୟ ପକ୍ଷରୁ ଥରେ ମାତ୍ର ଆଡମିଟ୍ କାର୍ଡ ବାହାରିବ | ଉକ୍ତ ଆଡମିଟ୍ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ସମସ୍ତ ସେମିଷ୍ଟର ପରୀକ୍ଷା ଦେଇପାରିବେ | ସବୁଠାରୁ ବଡ଼ ନିଷ୍ପତ୍ତି ହେଲା, ଚଳିତବର୍ଷଠାରୁ ସମସ୍ତ ଯୁକ୍ତ୩ ପରୀକ୍ଷା କେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ)ରେ ସିସିଟିଭି ଲାଗିବ । ୨୦୧୯ରେ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷାରେ ସିସିଟିଭି ଲାଗିଥିଲା । ଆଉ ୨୦୨୦ରୁ ଯୁକ୍ତ୩ କଲେଜରେ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି କଲେଜ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ । ପରୀକ୍ଷାର ୪ ମାସ ପୂର୍ବରୁ ଟାଇମଟେବୁଲ୍ ସ୍ଥିର କରାଯିବ ଏବଂ ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ |

LEAVE A REPLY

Please enter your comment!
Please enter your name here