ଭୁବନେଶ୍ୱର: ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ। ୧୬ରେ ଶପଥଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ସୂଚନା ଦେଲେ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ । ୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ବୋଲି କହିଛନ୍ତି । ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । ୨୦୧୭ରେ ଶେଷଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ। ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଛାତ୍ରନେତାମାନେ ପତିଆରା ଜାହିର କଲେଣି।

LEAVE A REPLY

Please enter your comment!
Please enter your name here