୩୦୨ ଗ୍ରାମର ବ୍ରାଉନ ସୁଗାର ସହ ୩ ଜଣଙ୍କୁ ଗିରଫ କଲା ସହଦେଵଖୁଣ୍ଟା ଥାନା ପୋଲିସ | ବାଲେଶ୍ଵର ସହଦେଵଖୁଣ୍ଟା ଥାନା ପୋଲିସ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି | ଅରଡ଼ ବଜାର ଅଞ୍ଚଳରେ ବେପାରୀମାନେ ଗ୍ରାହକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ଚଢ଼ାଉ କରି ବେପାରୀଙ୍କ ସହ ବ୍ରାଉନ ସୁଗାର ଜବତ କରିଛି | ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପୀତବାସ ରଣା, ଭବାନୀପ୍ରସାଦ ସ୍ୱାଇଁ ଅରଡ଼ ବଜାରର ବେପାରୀ ଶେଖ ହାଇଦର ଅଲ୍ଲୀ | ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୩ଟି ମୋବାଇଲ, ୨ଟି ବାଇକ ଓ ନଗଦ ୯ ଲକ୍ଷ ୪୪ ହଜାର ୮୦ ଟଙ୍କା ଜବତ ହୋଇଥିବା ଜଣାପଡିଛି | ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩0ଲକ୍ଷ ଟଙ୍କା ହେବବୋଲି ଆକଳନ କରାଯାଉଛି | ପୂର୍ବରୁ ବାଲେଶ୍ୱର ପୋଲିସ ଏକ କେଜି ଛ ସହ ପଞ୍ଚାବନ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା |

LEAVE A REPLY

Please enter your comment!
Please enter your name here