ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର । ଦୀର୍ଘ ୮ମାସ କାଳ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ରନୱେ ରିକାର୍ପିଙ୍ଗ୍ ପାଇଁ ବିମାନବନ୍ଦର ବନ୍ଦର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ନଭେମ୍ବର ୧ରୁ ଜୁନ ୩୦ଯାଏଁ ବିମାନବନ୍ଦର ପର୍ଯ୍ୟାୟ କ୍ରମେ ବନ୍ଦ ରହିଵ ବୋଲି ସୂଚନା ମିଳିଛି। ୨୦୦୭ରେ ଶେଷ ଥର ପାଇଁ ରନୱେ ରିକାର୍ପେଟିଂ କାମ ହୋଇଥିଲା। ପ୍ରଥମ ପର୍ଯ୍ୟାୟକ୍ରମେ ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ଯାଏଁ ରାତିରେ ଏୟାରପୋର୍ଟ ବନ୍ଦ ରହିବ। ରାତି ୧୦ଟାରୁ ସକାଳ ୫ଟା ୩୦ ଯାଏଁ ବନ୍ଦ ହେବ ବିମାନ ଚଳାଚଳ। ଏହି ସମୟରେ ରନୱେ ରିକାର୍ପେଟିଂ କାମ କରାଯିବ। ସେହିପରି ଭାବରେ ଦ୍ଵିତୀୟ ପର୍ଯ୍ୟାୟରେ ୨୦୨୦ ଏପ୍ରିଲ ୧ରୁ ଜୁନ ୩୦ ଯାଏଁ ଦିନରେ ଏୟାରପୋର୍ଟ ବନ୍ଦ ରହିବ। ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ। ଏହି ସମୟରେ ରିକାର୍ପେଟିଂ କାମ ହେବ। ଶେଷ ଥର ପାଇଁ ୨୦୦୭ରେ ରନୱେ ରିକାର୍ପେଟିଂ ହୋଇଥିଲା । ଏବେ ଭୁବନେଶ୍ଵରକୁ ଦୈନିକ ୩୯ଟି ବିମାନ ଯାତାୟତ କରୁଛି। ପ୍ରତି ୧୦ ବର୍ଷରେ ଥରେ ରିକାର୍ପେଟିଙ୍ଗ୍ କରାଯାଏ। ଏବେ ରନୱେର ଅବସ୍ଥା ଖରାପ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅପର ପକ୍ଷରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରନୱେ ଠିକ୍ ରହିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here