ଏଣିକି ସିସିଟିଭି ବଳୟ ଭିତରେ ରହିବ ଛାତ୍ରୀ ନିବାସ । ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଖୁବଶୀଘ୍ର ଏକ ହଜାର ସ୍କୁଲରେ ଲାଗିବ ସିସିଟିଭି ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି । କନ୍ଧମାଳ ସେବାଶ୍ରମର ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଘଟିବା ପରେ ସରକାରଙ୍କ ଚେତା ପସିଛି । ଆଗକୁ ଯେପରି ଏମିତି କିଛି ନ ହୁଏ ସେ ନେଇ ଚେତିବା ସହ ପଦକ୍ଷେପ ନେଇଛନ୍ତି ।
ସେ କହିଛନ୍ତି କି, ଘଟଣାରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଏହି ଘଟଣାରେ ୧୪ ଜଣ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଛି , ୪ଜଣଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ୬ ଜଣଙ୍କୁ ବହିଷ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here