ଛେଳି ଚୋରି ଅଭିଯୋଗରେ ବସିଲା କଙ୍ଗାରୁ କୋର୍ଟ | ସନ୍ଦେହରେ ଜଣେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଡାହାଣିଗାଡ଼ିଆ ଗାଁରେ । ପୀଡିତ ଯୁବକ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଆହରପଡା ଗାଁର | ତେବେ ଉକ୍ତ ଯୁବକଟି କୌଣସି କାମରେ ଏହି ଗାଁକୁ ଆସିଥିବା ବେଳେ ଅପରିଚିତ ସାଙ୍ଗକୁ ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଗାଁ ଲୋକେ | ତାକୁ ଅଟକ ରଖି ପରିଚୟ ମାଗିଥିଲେ | ମାତ୍ର ଯୁବକଜଣଙ୍କ ସନ୍ତୋଷଜନକ ଭାବେ ନିଜ ପରିଚୟ ନଦେଇପାରିବା ନେଇ ଗାଁ ଲୋକମାନେ ସନ୍ଦିଗ୍ଧ ଯୁବକକୁ ଅଟକ କରି ଛେଳି ଚୋର ସନ୍ଦେହରେ ଗଛରେ ବାନ୍ଧି ନୃଶଂସ ଭାବେ ମାଡ ମାରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here