ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ | ରେଲୱେ କର୍ମଚାରୀଙ୍କୁ ବୋନସ୍ ମିଳିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଏନେଇ ସୂଚନା ଦେଇଛନ୍ତି | ୭୮ ଦିନର ବେତନ, ବୋନସ୍ ରୂପେ ମିଳିବ | ପ୍ରକାଶ ଜାବେଡକର କହିଛନ୍ତି ଯେ ଏହା ଦ୍ୱାରା ୧୧.୫୨ ଲକ୍ଷ ରେଳ କର୍ମଚାରୀ ଲାଭବାନ୍ ହେବେ | ସରକାର ଏହି ବୋନସ୍ ଉପରେ ୨୦୧୪ କୋଟି ଟଙ୍କା ଖର୍ଚ୍ଚ କରିବେ । ରେଳୱେ କର୍ମଚାରୀଙ୍କୁ ପ୍ରୋତ୍ସାନ କରିବା ଉଦେଶ୍ୟରେ ସରକାର ଏହି ନିଷ୍ପତି ନେଇଛନ୍ତି | ରେଲୱେର ପାଖାପାଖି ୧୨ ଲକ୍ଷ କର୍ମଚାରୀଙ୍କୁ ପ୍ରତିବର୍ଷ ଦଶହରା ପୂର୍ବରୁ ବୋନସ୍ ମିଳିଥାଏ । ପାର୍ବଣ ଋତୁ ପୂର୍ବରୁ କର୍ମଚାରୀଙ୍କୁ ମିଳିଥିବା ଏହି ଭେଟିରେ କର୍ମଚାରୀ ଖୁବ୍ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here