ଭୁବନେଶ୍ୱରରେ ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନ | ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନିମନ୍ତେ ଓଡିଶା ଗସ୍ତରେ ଆସିଛନ୍ତି କେ ଶିବନ | ତେବେ ଭୁବନେଶ୍ୱରରେ ପହଁଚିବା ପରେ ଚନ୍ଦ୍ରାୟନ-୨ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି | ଚନ୍ଦ୍ରାୟନ-୨ ଅଭିଯାନ ଏକ ସଫଳ ରୂପାୟନ ବୋଲି କହିଛନ୍ତି କେ. ଶିବନ | ଏହି ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଥିବା ବେଳେ କିଛି ସାମାନ୍ୟ ତ୍ରୁଟି ପରିଲିକ୍ଷିତ ହୋଇଛି | ଲାଣ୍ଡର ବିକ୍ରମ ସହ ପୁନଃ ଯୋଗଯୋଗ ସ୍ଥାପନ ପାଇଁ ପ୍ରୟାଶ ଜାରି ରହିଥିବା ବେଳେ ତାହା ଏଯାଏଁ ସମ୍ଭବ ହୋଇପାରିନାହିଁ । ବିକ୍ରମ ସହ ତ୍ରୁଟି କେଉଁଠି ରହିଗଲା, ସେନେଇ ଅନୁସନ୍ଧାନ ଚାଲିଛି | କିନ୍ତୁ ଅର୍ବିଟର ସଠିକ ରୂପେ କାର୍ଯ୍ୟ କରୁଥିବା ବେଳେ, ତାସହ ଯୋଗାଯୋଗ ଜାରି ରହିଛି, ଅର୍ବିଟର ମାଧ୍ୟମରେ ବହୁ ତଥ୍ୟ ମିଳିବ | ଆସନ୍ତା ବର୍ଷ ଶେଷ ବେଳକୁ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗଗନାୟନର ସଫଳତା ନେଇ ଆମେ ଏବେଠୁ ଗୁରୁତ୍ୱ ଦେଉଛୁ।” ଏହା ସହ ସେ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଛନ୍ତି |

LEAVE A REPLY

Please enter your comment!
Please enter your name here