ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ମୃତକ ମୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତିଆ ମୁହାଁ ପଞ୍ଚାୟତର ମାଛୁଆ ଗ୍ରାମର ଗଜେନ୍ଦ୍ର ମହାନ୍ତ | ସେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା | ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ସେପଟେ ଗ୍ରାମବାସୀମାନେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି କରିଛନ୍ତି | ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି | ଏବେ ୫୦ରୁ ଊର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ଗାଁ ମଧ୍ୟଙ୍କୁ ପ୍ରବେଶ କରିଛନ୍ତି | ସୁଚନା ଅନୁଯାୟୀ, ଶନିବାର ମୋରଡା ବ୍ଲକ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ହାତୀ ପଶିଥିବାବେଳେ ପଶ୍ଚିମବଙ୍ଗ ସୀମାନ୍ତରେ ୬୦ରୁ ଊର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀର ଆଉ ଏକ ପଲ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ ଅପେକ୍ଷାରେ ଥିବା ଜଣାପଡ଼ିଛି । ହାତୀଙ୍କ ପ୍ରବେଶ ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ହାତୀପଲ ଧୀରେଇଡ଼ିହି ଠାରେ ରାସଗୋବିନ୍ଦପୁର ରେଞ୍ଜର ମୋରଡା ବ୍ଲକକୁ ପ୍ରବେଶ କରିଥିଲେ । ଏହାପରେ ବ୍ରାହ୍ମଣମରା, କୁକୁଡ଼ାଝରି, ଅନ୍ଧାରୀ, ମାଜଣା, ମାରୃଡ଼ିହି ହୋଇ ଭାଲୁଘେରା ଜଙ୍ଗଲରେ ପହଞ୍ଚିଥିଲେ । ରାତିରେ ଭାଲୁଘେରା ହୋଇ ବେତନଟୀ ରେଞ୍ଜ ଅସନବଣି ଜଙ୍ଗଲରେ ପହ଼ଞ୍ଚିଛନ୍ତି । ସେପଟେ କିଛି ଦିନର ନିରବତା ପରେ ପୁଣି ହାତୀଙ୍କ ପ୍ରବେଶ ଚାଷୀଙ୍କ ଭିତରେ ଛନକା ସୃଷ୍ଟି କରିଛି । ତେବେ ହାତୀ ପଲର ଗତିବିଧି ଉପରେ ବନବିଭାଗ କର୍ମଚାରୀମାନେ ଦୃଷ୍ଟି ରଖିଥିବାବେଳେ ସେମାନଙ୍କୁ ଘଉଡାଇବା ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଥିଲେ ଗଜେନ୍ଦ୍ର ମହାନ୍ତ | ଏଥିସହ ମୃତକ ଗଜେନ୍ଦ୍ରଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି |
ମୟୁରଭଞ୍ଜ : ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here