ଚାଲିଛି ମୃଣ୍ମୟୀ ପ୍ରତିମାରେ ଖଡିଲଗା । ମା ଦୁର୍ଗାଙ୍କ ପ୍ରତିମା ସହ ବିଭିନ୍ନ ପାଶ୍ୱର୍ ଦେବାଦେବୀଙ୍କ ମୂର୍ତ୍ତିରେ ଲଗାଯାଉଛି ଖଡି । ଧରାବତରଣ କରିବେ ଜଗତ ଜନନୀ ମା’ ଦୁର୍ଗା । ଏଥିପାଇଁ ସହରଠୁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ସବୁଠି ଉତ୍ସବର ମାହୋଲ । ରାୟଗଡାରେ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦିନରାତି ଏକ କରି ମାଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ମାଙ୍କ ଆବାହନ ନିମନ୍ତେ ଅମ୍ବାଦଳା ହୋଇଉଠିଛି ଚଳଚଞ୍ଚଳ । ଆଖ ପାଖ ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ମହିଳା ଓ ଛୋଟ ଛୋଟ ଝିଅ ମାନେ ଶାନ୍ତିଛକ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ସଙ୍ଗମ ସ୍ଥାନରେ ପହଞ୍ଚି ଥିଲେ । ସେଠାରେ ରୀତି ନୀତି ଅନୁସାରେ ପୁଜାର୍ଚନା କରାଯାଇଥିଲା । ସମସ୍ତ ମହିଳା ମାନେ ଜଳଭରା କଳସୀ ମୁଣ୍ଡରେ ଧରି ନଦୀକୂଳରୁ ବାହାରି ଦୁର୍ଗା ମଣ୍ଡପରେ ପହଞ୍ଚି ଥିଲେ । ବାଜା ବାଣରେ ଉତ୍ସବ ମୁଖର ହୋଇପଡିଥିଲା ଅମ୍ବାଦଳା । କାର୍ଯ୍ୟକ୍ରମରେ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିପରି ନବରାତ୍ରୀ ପାଇଁ ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ହୋଇଉଠିଛି ଉତ୍ସବ ମୁଖର । ଦଶହରା ପୂଜା ଅବସରରେ ଦୀର୍ଘ ୯ ଦିନ ଧରି ପାଳନ ହେଉଛି ନବରାତ୍ରୀ । ନବରାତ୍ରୀ ସମୟରେ ମାଙ୍କର ସୁନାବେଶ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳେ । ଏଥିସହ ମାଙ୍କର ଖଣ୍ଡା ପୂଜା କରାଯାଏ । ଦୈନିକ ସନ୍ଧ୍ୟାରେ ମାଁ ମଝିଘରିଆଣିଙ୍କ ଘଟ ସହର ପରିକ୍ରମା କରି ଲୋକଙ୍କ ମଙ୍ଗଳ କାମନା କରନ୍ତି । ମାଙ୍କ ପୀଠରେ ଚାଲେ ପଶୁବଳୀ ପ୍ରଥା । ମନସ୍କାମନା ପୁରଣ ପାଇଁ ଏହି ପୀଠରେ ଶ୍ରଦ୍ଧାଳୁ ମାନେ ଛେଳି ଓ କୁକୁଡା ବଳି ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here