ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ କୋଟି ପତି ସହକାରୀ ଶିକ୍ଷୟତ୍ରୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ଏକ ଟିମ ଭୁବନେଶ୍ୱର ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀଙ୍କ ଘରେ ଚଢାଉ କରିଛି ।
ସୂଚନା ମୁତାବକ, ଭୁବନେଶ୍ୱର ୟୁନିଟ ୬ ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭାବେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତିଳୋତ୍ତମାଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ସହ ୯ଟି ପ୍ଲଟ, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଂଚ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here