ଜଙ୍ଗଲ ଜମି ପଟ୍ଟା ଓ ବସ୍ତି ବାସିନ୍ଦାଙ୍କୁ ଘର ଡିହ ପ୍ରଦାନ ପାଇଁ ରାସ୍ତାକୁ ଓହ୍ଲାଇଛି ରାୟଗଡା ଜିଲ୍ଲା ଝୁପୁଡି ବସ୍ତି ବାସିନ୍ଦା । ଏକ ବିଶାଳ ଶୋଭାଯାତ୍ରାରେ ସଂଘର ଶତାଧିକ କର୍ମୀ କୋରାପୁଟ୍ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାୟଗଡା ସହରରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ଗରୀବ ଲୋକମାନେ ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ଥାୟୀ ଘର ପ୍ରଦାନ କରୁ ନାହାନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୦୧୮ ମସିହାରେ ସର୍ଭେ ମଧ୍ୟ ସରିଛି । ଏହାବାଦ୍ ମଧ୍ୟ ଗରୀବ ଲୋକମାନଙ୍କୁ ଥଇଥାନ କରାଯାଉନାହିଁ ବୋଲି ଝପଡିବସ୍ତି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାନଙ୍କୁ ଜିଲ୍ଲାରେ ଥିବା ବିଭିନ୍ନ କମ୍ପାନୀରେ ଅଣଦେଖା କରାଯାଉଛି । ତେବେ ଆସନ୍ତା ଦିନରେ ଏସବୁ ଦାବି ଉପରେ ରାଜ୍ୟ ସରକାର କିଛି ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତନବନୀ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here