ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଛି ଜଣେ ପାଥୋଲ୍ୟାବର ଫାର୍ମାସିଷ୍ଟକୁ | ନିରଧୁମ ଛେଚିଛନ୍ତି ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବା ଲୋକମାନେ | ଏହି ଘଟଣା ଦେଖିବାକୁ ମିଳିଛି ମାଣତ୍ରୀ ଛକ ନିକଟରେ | ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |
ସୂଚନାଯୋଗ୍ୟ, ବଡ଼ସାହି ଥାନା ଅଞ୍ଚଳର ଜନୈକା ଯୁକ୍ତ ତିନି ଛାତ୍ରୀ ତାଙ୍କ ଭାଇ ସହିତ ଉକ୍ତ ପାଥୋଲ୍ୟାବକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ବିଳମ୍ବ ହେବାକୁ ଭାଇ ଜଣଙ୍କ ବାଇକରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିବା ସମୟରେ ଏକୁଟିଆ ସୁଯୋଗରେ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ବେଳେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣଙ୍କ ନିଜ ଭାଇ ଆଗରେ ଅଭିଯୋଗ କରିଥିଲେ | ଏନେଇ ଉପସ୍ଥିତ ଥିବା ସମସ୍ତ ଲୋକମାନେ ନିର୍ଧୁମ ମାଡ଼ମାରି ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ | ଅଭିଯୁକ୍ତ ଜଣଙ୍କ ହାତ ଯୋଡ଼ି ନିଜର ଦୋଷ ସ୍ବିକାର କରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ | ପୁଲିସ୍‍ ଏନେଇ ଏକ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ମାଧ ଓରଫ ବିଦ୍ୟାଧର ପ୍ରଧାନ |

LEAVE A REPLY

Please enter your comment!
Please enter your name here