ଜନ୍ମ ନେଇଥିଲା ଓଡିଆ ଡିଜିଟାଲ ଚାନେଲ ତକ୍ଷକ ଟିଭି. ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ଓ ଅନ୍ୟ ଅତିଥିଙ୍କ ଗହଣରେ ଏହି ଚାନେଲ ଲୋକାର୍ପିତ ହୋଇଥିଲା. ଏହା ମଧ୍ୟରେ ଗୋଟିଏ ବର୍ଷ ସମୟ ଅତିକ୍ରାନ୍ତ ହୋଇସାରିଛି. ଗଣମାଧ୍ୟମ କ୍ଷେତ୍ରରେ ବଦଳୁଥିବା ସମୟ ସହ ତାଳ ଦେଇ ଓଡିଆ ଡିଜିଟାଲ ଚ୍ୟାନେଲ ଭାବେ ତକ୍ଷକ ଟିଭି ବହୁ ପରୀକ୍ଷାନିରୀକ୍ଷା କରିଛି. ସ୍ମାର୍ଟଫୋନରେ ଲୋକଙ୍କ ପାଖରେ ଦେଶ ଦୁନିଆର ଖବର ପହଞ୍ଚାଇବା ସହ ହାଲକା ମନୋରଂଜନ ପାଇଁ ପ୍ରୟାସ କରିଛି.
ଗୋଟିଏ ବର୍ଷ, ଅର୍ଥାତ 365ଦିନର ଅବଧି ଥିଲା ଘଟଣାବହୁଳ. 2019ର ସାଧାରଣ ନିର୍ବାଚନ ହେଉ ଅବା ଫନି ଓ ବୁଲବୁଲ୍ ଭଳି ସାମୁଦ୍ରିକ ଝଡ, ସମସ୍ତ ଘଟଣାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଆସିଛି ଆମ ଟିମ୍. ନିର୍ବାଚନ ଖବରକୁ ନେଇ ଆମେ ପ୍ରସ୍ତୁତ କରିଥିଲୁ ଶତରଞ୍ଜ. ସେହିପରି ନିର୍ବାଚନ ଫଳାଫଳକୁ ନେଇ ଆମେ ପ୍ରସ୍ତୁତ କରିଥିଲୁ କିଏ ମାରିବ ବାଜି.
ରାଜନେତାଙ୍କ ମନକଥା ଜାଣିବା ପାଇଁ ଆମ କାର୍ଯ଼୍ୟକ୍ରମ ନେତାଙ୍କ ମନକଥାରେ ରାଜ୍ୟର କିଛି ନେତାଙ୍କୁ ଆମେ ଭେଟିଥିଲୁ.
ସେହିପରି ଖବର ବିଶ୍ଳେଷଣ ପାଇଁ ଆମେ ପ୍ରସ୍ତୁତ କରିଥିଲୁ ଠୋସ୍ କଥା. ଦଶହରା ବେଳେ ଆମେ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲୁ ଆସ ବୁଲିଯିବା ଦଶରା ବଜାର.ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହ ମଜାଦାର କଥା ହେବା ପାଇଁ ଆମ ଟିମ୍ ପ୍ରସ୍ତୁତ କରିଥିଲା, ଟାଇମ୍ ପାସ୍ ଉଇଥ ତକ୍ଷକ ଟିଭି. ଏବେ ଆମେ ନିକଟରେ ଆରମ୍ଭ କରିଛୁ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଟୁଇନ୍ସ ଡକ୍ଟର ଟିପ୍ସ . ପ୍ରତି ସପ୍ତାହରେ ଏହା ପ୍ରସାରିତ ହେଉଛି.ସବୁଠୁ ବଡକଥା ହେଉଛି, ଆଜିର ବ୍ୟସ୍ତବହୁଳ ମଣିଷ ହସିବାକୁ ଭୁଲି ଯ଼ାଉଛି. ସେଥିପାଇଁ ଆମେ ପ୍ରସ୍ତୁତ କରୁଛୁ କଣ ହେଇଛି.ତେବେ ଏସବୁ କାର୍ଯ଼୍ୟକ୍ରମ ବ୍ୟତୀତ ଶାରିରୀକ ଓ ମାନସିକ ଅକ୍ଷମ ପିଲାଙ୍କ ବିଚକ୍ଷଣ ପ୍ରତିଭାକୁ ବିକଶିତ କରିବା ପାଇଁ ଆମର କାର୍ଯ୍ୟକ୍ରମ ଅସାଧାରଣ ଲୋକଙ୍କ ମନକୁ ବେଶ୍ ଛୁଇଁଛି. ପ୍ରତିଦିନ ସଂଧ୍ୟାରେ ଆମେ ଦିନତମାମ ଖବରକୁ ଚୁମ୍ବକରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସାରଣ କରୁଛୁ ହେଡଲାଇନ୍ସ.











