ରବିବାର ରାତିରେ ନୂଆଦିଲ୍ଲୀ ଜେଏନୟୁ ଭିତରେ ପଶି ଆକ୍ରମଣ କରିଥିବା ମୁଖାପିନ୍ଧା ଦୁର୍ବୃତ୍ତ କିଏ ? ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଆକ୍ରମଣ ପୂର୍ବର କିଛି ଫଟୋ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି I ଫଟୋ କହୁଛି ଜେଏନୟୁ ଆକ୍ରମଣ ପଛରେ ବିଜେପିର ଲିଙ୍କ୍ ରହିଛି I ବିଜେପି ଅନୁବନ୍ଧିତ ଛାତ୍ର ସଂଗଠନ ଏବିଭିପିର ଛାତ୍ରନେତାମାନେ ଆକ୍ରମଣର ନେତୃତ୍ବ ନେଉଥିବା ଫଟୋରୁ ସୂଚନା ମିଲୁଛି I ଯେଉଁ ଫଟୋ ପ୍ରକାଶ ପାଇଛି, ସେଥିରେ ଆକ୍ରମଣ ପୂର୍ବରୁ ହାତରେ ହକି ଷ୍ଟିକ୍ ଧରି ଛିଡା ହୋଇଥିବା ଯୁବକଙ୍କ ମଧ୍ୟରେ ଏବିଭିପିର ଜେଏନୟୁ କାର୍ଯ୍ୟକାରୀ କମିଟି ସଦସ୍ୟ ବିକାଶ ପଟେଲ ଥିବା ଜଣାପଡିଛି I ସେହିପରି ସ୍ନାତକ ପ୍ରଥମ ବର୍ଷର ଛାତ୍ର ଶିବ ପୂଜନ ମଣ୍ଡଲଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି I

LEAVE A REPLY

Please enter your comment!
Please enter your name here