ଗୋଖି ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ବିଶ୍ୱାସ ରହିଛି ମକର ସଙ୍କ୍ରାନ୍ତିରେ ଆସି ପ୍ରୁଙ୍କ ପାଖରେ ପହଁଞ୍ଚି କି ନଡିଆ ପିଟିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗୋଖି ବାବା ଏହି ଅଞ୍ଚଳର ସିଦ୍ଧ ପୁରୁଷ ଥିଲେ ଏବଂ ସମାଧି ନେଇଥିଲେ ବୋଲି ଶ୍ରଦ୍ଧାଳୁ କୁହନ୍ତି । ଆଜି ପବିତ୍ର ମକର ସଙ୍କ୍ରାନ୍ତି । ଏବଂ ଆଜିଠୁ ସୂର୍ଯଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବ । ଫଳରେ ଦିନ ବଢିବ ରାତି କମିବ । ସେପଟେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମକର ସଙ୍କ୍ରାନ୍ତି ଅନ୍ୟତମ । ଏନେଇ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧୁମଧାମରେ ମକର ସଙ୍କ୍ରାନ୍ତି ପାଳନ କରାଯାଇଛି ।