ସରକାର ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଟିକସ ସ୍ଲାବ କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି। ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଟିକସ ସରଳୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଯେଉଁ ବ୍ୟକ୍ତିମାନଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ କୌଣସି ପ୍ରକାରର ଟିକସ୍‌ ଦେବାକୁ ପଡ଼ିବ ନାହିଁ। ସେହିପରି ବାର୍ଷିକ ମୋଟ ୬.୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିମାନେ ଯଦି ବୀମା କିମ୍ବା କୌଣସି ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦିରେ ଅନ୍ତତଃ ଦେଢ଼ ଲକ୍ଷ ଟଙ୍କା ନିବେଶ କରିଥିବେ, ତା’ହେଲେ ସେମାନଙ୍କୁ ଟିକସ ଛାଡ଼ କରାଯିବ।” ଏହାଦ୍ୱାରା କେନ୍ଦ୍ର ସରକାର ପାଖାପାଖି ୧୮ ହଜାର ୫୦୦ କୋଟିର ଟିକସଅର୍ଥ ହରାଇବେ।
ଟିକସ କାଲକୁଲେଟର

ଆୟକର ସ୍ଲାବ ଟିକସ ପରିମାଣ
ବାର୍ଷିକ ଆୟ ୫ ଲକ୍ଷ ଯାଏ ଶୂନ
୫ ଲକ୍ଷରୁ ୭.୫ ଲକ୍ଷ ଯାଏ ୧୦%
୭.୫ ଲକ୍ଷ୧ରୁ ୧୦ ଲକ୍ଷ ୧୫%
୧୨ ଲକ୍ଷରୁ ୧୫ ଲକ୍ଷ ଯାଏ ୨୫%
୧୫ ଲକ୍ଷରୁ ଅଧିକ ୩୦%

LEAVE A REPLY

Please enter your comment!
Please enter your name here