ଭୁବନେଶ୍ୱର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସିଲ୍ ଅଭିଯାନ ଆଜି ସାଢେ ଦଶଟାରୁ ଆରମ୍ଭ ହୋଇଛି । ବିଏମ୍‌ସି ଓ ବିଡିଏର ଏକ ସ୍ୱତନ୍ତ୍ର ଟିମ୍ ଆଜ ସହିଦ ନଗର ପାଲାଡିୟମ କୋଟିଆଡ ମଣ୍ଡପ ସିଲ୍ କରିଛି । ସହିଦ ନଗରର ମୋଟ ୨ଟି କଲ୍ୟାଣ ମଣ୍ଡପକୁ ଚିହ୍ନଟ କରାଯାଇଛି । ସହିଦ ନଗରର ଆଉ ଏକ କଲ୍ୟାଣ ମଣ୍ଡପ ମଧୁବନ କଲ୍ୟାଣ ମଣ୍ଡପକୁ ମଧ୍ୟ ସିଲ କରାଯିବ । ବିଏମସି ଓ ବିଡିଏ ର ଗାଇଡଲାଇନ୍ସ ଉଲ୍ଲଙ୍ଘନ କରିଥିବାରୁ ଏହି କଲ୍ୟାଣ ମଣ୍ଡପ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଥମ ଦିନରେ ବିଏମସି ୩ଟି ଜୋନ୍‌ର ପ୍ରାୟ ୫ଟି କଲ୍ୟାଣ ମଣ୍ଡପକୁ ସିଲ୍ କରିବ ବୋଲି ସୂଚନା ରହିଛି । ପୂର୍ବରୁ ବିଏମସି ୯୪ଟି କଲ୍ୟାଣ ମଣ୍ଡପକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । କଲ୍ୟାଣ ମଣ୍ଡପ ସିଲ୍ ପାଇଁ ଗତ ଜାନୁଆରି ୩୧ ତାରିଖ ଡେଡଲାଇନ ରହିଥବାବେଳେ ମହଲତ ସରିଯାଇଥିବାରୁ ଆଜି ସିଲ୍ ପ୍ରକିୟା ଆରମ୍ଭ ହୋଇଛି । ଏହି ସିଲ ସମୟରେ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବିଏମସି କମିସନରେଟ ପୁଲିସର ସହାୟତା ନେଇଛି । ସହିଦ ନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଅଞ୍ଚଳରେ ଥିବା ୧୫ଟି ବିବାହ ମଣ୍ଡପ ବିଏମ୍‌ସି ଓ ବିଡିଏ ନିୟମ ପାଳନ କରି ନ ଥିବା ଜଣାପଡିଛି । ଏହିପରି ମୋଟ ୮୦ଟି କଲ୍ୟାଣ ମଣ୍ଡପ ଚିହ୍ନଟ ହୋଇଛି । ପ୍ଲାନ ଅନୁମୋଦନ, ହୋଲଡିଙ୍ଗ ଟିକସ, ପାର୍କିଂ ବ୍ୟବସ୍ଥା ,ଟ୍ରେଡ ଲାଇସେନ୍ସ ନ ଥିବା ମଣ୍ଡପ ଗୁଡିକୁ ସିଲ କରାଯିବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସିଲ କାର୍ଯ୍ୟକ୍ରମ ଚାଲିବ ।

LEAVE A REPLY

Please enter your comment!
Please enter your name here