ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର. କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଏକ ଘରୋଇ ନର୍ସିଂ ହୋମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ. ଯୁନତୀଙ୍କ ନାଁ ସରୋଜିନୀ ଦାସ ତାଙ୍କ ବୟସ 23 ବର୍ଷ ବୋଲି ଜଣାପଡିଛି . ସେ ଯାଜପୁର ଜିଲ୍ଲା ଇଟାପଡା ଗାଁର ବୋଲି ସୁଚନା ମିଳିଛି. ସୂଚନା ଅନୁସାରେ, ସେ ପଟ୍ଟାମୁଣ୍ଡାଇର ଏକ ଘରୋଇ ନର୍ସିଂ ହୋମର ଛାତ୍ରୀ. ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛର ଅନ୍ୟ କିଛି କାରଣ ରହିଛି . କେଉଁ କାରଣ ପାଇଁ ସେ ଏଭଳି କଲେ ତାର କାରଣ ଏବେ  ଖୋଜୁଛି ପୋଲିସ. ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି. ଅନ୍ୟପଟେ ଯୁବତୀଙ୍କ ପରିବାରକୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଥିବା ପୋଲିସ କହିଛି.

LEAVE A REPLY

Please enter your comment!
Please enter your name here