ଦୁବାଇ: ରାତାରାତି ୧୧ ମାସର ଶିଶୁ ହୋଇଛି କୋଟିପତି । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଦୁବାଇ ଡ୍ୟୁଟି ଫ୍ରି ବିଜେତା ତାଲିକାରେ ସାମିଲ ହୋଇଛି ୧୧ ମାସର ଶିଶୁ । କେରଳରେ ଥିବା ଜଣେ ବାସିନ୍ଦା ମହମ୍ମଦ ସାଲାହଙ୍କ ନାମରେ ଦୁବାଇରେ ସାତ କୋଟି ଟଙ୍କାର ଲଟେରି ଲାଗି ଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଫେବୃୟାରୀ ୧୩ରେ ମହମ୍ମଦ ସାଲାହଙ୍କୁ ବର୍ଷେ ପୁରିବ । ଏବେ ଆପଣ ମାନଙ୍କର ମନରେ ପ୍ରଶ୍ନ ଉଠୁଥିବ କିପରି ଏକ ୧୧ ମାସର ଶିଶୁ ହେଲା କୋଟିପତି । ପିତା ରମିଜ ରହମାନ ନିଜ ପୁଅ ମହମ୍ମଦ ସାଲାହଙ୍କ ନାମରେ ଲଟେରି ଟିକଟ କିଣିଥିଲେ । ତାଙ୍କର ଲଟେରି ଟିକଟ ନମ୍ବର ୧୩୧୯ ଥିବାବେଳେ ଏହା ୩୨୩ ସିରିଜରେ ରହିଥିଲା ।ଯେତେବେଳେ ତାଙ୍କର ଏହି ଲଟେରି ଲାଗିଥିଲା ସେ ବିଶ୍ୱାସ କରିପାରି ନ ଥିଲେ । ସୂଚନାମୁତାବିକ ରମିଜ ରହମାନ ଆବୁଧାବିରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ସେ ଆବୁଧାବିରେ ଗତ ୬ ବର୍ଷ ହେବ ରହିଆସୁଛନ୍ତି । ସେ ଗତ ମାସରେ ଲଟେରି ଟିକଟ ଅନଲାଇନ ମାଧ୍ୟମରେ କିଣିଥିବା କହିଛନ୍ତି । ସେ ବର୍ଷେ ହେବ ଏହି ଦୁବାଇ ଡ୍ୟୁଟି ଫ୍ରି ପ୍ରମୋସନରେ ଅଂଶ ଗ୍ରହଣ କରିଆସୁଛନ୍ତି । ଲଟେରି ଜିତିବାର ପୁରାପୁରି ଶ୍ରେୟ ସେ ନିଜ ପୁଅକୁ ଦେବା ସହିତ ତାର ଆଗାମୀ ଜୀବନ ମଙ୍ଗଳମୟ ହେବାର କାମନା କରିଛନ୍ତି । ଲଟେରିର ଏହି ୭ କୋଟି ଟଙ୍କାକୁ ସେ କିପରି ବ୍ୟୟ କରିବେ ଏ ଯାଏଁ ସ୍ଥିର କରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here