ପଥର ତଳୁ ବାହାରୁଛି ଡିଜେଲ୍ ! କଥାଟା ବିଶ୍ୱାସ ଲାଗୁ ନ ଥିଲେ ବି ଘଟଣାଟି ବିଲ୍‌କୁଲ୍ ସତ। ଲୋକେ ପଥରୁ ତଳୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଡିଜେଲକୁ କିଏ ବାଲ୍ଟିରେ ଭର୍ତ୍ତି କରି ପକାଉଛନ୍ତି ତ ଆଉ କିଏ ବୋତଲରେ ଭର୍ତ୍ତି କରି ଘରକୁ ନେବାରେ ଲାଗି ପଡ଼ିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ।
ସୂଚନା ମୁତାବକ, ଲଦପଙ୍ଗାର ବିଲମାଳ ନିକଟ ଏକ ପଥର ତଳୁ ଡିଜେଲ ବାହାରୁଥିବା ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଦେଖିଥିଲେ। ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରଚାର ହେବା ପରେ ବହୁ ଦୂରରୁ ଲୋକେ ଏପରି ଆଶ୍ଚର‌୍ୟ୍ୟଜନକ ଜିନିଷ ଦେଖିବାକୁ ସେଠାରେ ପହଞ୍ଚିଛନ୍ତି। ଏପରିକି ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସିଥିବା ଲୋକେ ମଧ୍ୟ ସେ ସ୍ଥାନରେ ଭିଡ଼ ଜମାଇଛନ୍ତି। ଡିଜେଲ୍ ବାହାରିବା ଯୋଗୁ ଜଣେ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here