ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ସ୍ତରରେ ବଜାରରେ ତୈଳଦର ବୃଦ୍ଧି ଯୋଗୁଁ ରନ୍ଧନ ଗ୍ୟାସ୍ ମହଙ୍ଗା ହୋଇଛି । ତୈଳ କମ୍ପାନୀ ଗୁଡିକ ଅଣସବସିଡି ଗ୍ୟାସ୍ ସିଲିଣ୍ଡର ପିଛା ୧୪୯ ଟଙ୍କା ଦରବୃଦ୍ଧି କରିଛନ୍ତି । ରୋଷେଇ ସିଲିଣ୍ଡର ଦର ୭୪୬.୫୦ ଟଙ୍କା ଥିବାବାଳେ ଏବେ ଏହା ୮୯୫ ଟଙ୍କା ହୋଇଛି । ଏହି ଦର ବୃଦ୍ଧି ପରେ କେନ୍ଦ୍ର ସରକାର ରିହାତି ମଧ୍ୟ ବଢାଇଛନ୍ତି ।ପୂର୍ବରୁ ୨୩୫ ଟଙ୍କା ରିହାତି ମିଳୁଥିଲା । ଏବେ ଏହି ରିହାତି ୩୮୪ ଟଙ୍କାକୁ ବଢିଛି, ଏବଂ ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ । ଜାନୁୟାରୀ ୨୦୧୪ ପରଠାରୁ ଅର୍ଥାତ୍ ଦୀର୍ଘ ୬ ବର୍ଷ ପରେ ଗ୍ୟାସ୍ ସିଲିଣ୍ଡରରେ ସର୍ବାଧିକ ଦରବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସିଲିଣ୍ଡର ପାଉଥିବା ହିତାଧିକାରୀମାନେ ପୂର୍ବରୁ ୧୭୪.୮୬ ଟଙ୍କା ରିହାତି ପାଉଥିବା ବେଳେ ଏବେ ସେମାନେ ୩୧୨.୪୮ ଟଙ୍କା ରିହାତି ପାଇବେ ।

LEAVE A REPLY

Please enter your comment!
Please enter your name here