ମୁମ୍ବାଇ: କରୋନାକୁ ନେଇ ନିର୍ମାଣ ହେବ ବଲିଉଡ ଫିଲ୍ମ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । କରୋନାର ମୁକାବିଲା ପାଇଁ ସାରା ଦେଶ ଚିନ୍ତା କରୁଥିବା ବେଳେ ଏହି ମହାମାରୀକକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମଟିର ନାଁ ମଧ୍ୟ ସ୍ଥିର ହୋଇସାରିଲାଣି । ଫିଲ୍ମଟିର ଟାଇଟଲ ରହିଛି “କରୋନା ପ୍ୟାର ହୈ” । ଏହାକୁ ଏକ ପ୍ରେମ କାହାଣୀ ରୂପେ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଛି । ଇରୋସ ଇଣ୍ଟରନାସନାଲର ଅଧ୍ୟକ୍ଷ କୃଷ୍ଣ ଲୁଲ୍ଲା ସୂଚନା ଦେଇ ଏହା କହିଛନ୍ତି । କରୋନାକୁ ନେଇ ଏବେ ସବୁ ଫିଲ୍ମର ଶୁଟିଂ ବନ୍ଦ ରହିଛି ତେଣୁ ପରିସ୍ଥିତି ସୁଧୁରିବା ପରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ଇରୋସ ଇଣ୍ଟରନାସନାଲ ବ୍ୟତୀତ ଆହୁରି ଅନେକ ନିର୍ମାତା ଏହା ଉପରେ ଫିଲ୍ମ ନିର୍ମାଣ ପାଇଁ ଇଚ୍ଛୁକ ଥିବା ଜଣାପଡିଛି । କିଛି ନିର୍ମାତା ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ତାଙ୍କ ପାଖକୁ ଏକ ଟାଇଟଲ“ଡେଡଲି କରୋନା” ନାମରେ ଆସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here