ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିିବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ଆଜି ଦେଶରେ ୩୫ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟରୁ ଏହା ଜଣାପଡିଛି । ଆଜି ଦିଲ୍ଲୀରେ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦିଲ୍ଲୀରେ ଶୁକ୍ରବାର ୧୪ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଶନିବାର ୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୬ଜଣ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ରହିଛି । କେରଳରେ ୪୦,ଉତ୍ତରପ୍ରଦେଶରେ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କର୍ଣ୍ଣାଟକ ଓ ରାଜସ୍ଥାନରେ ୧୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଓଡିଶାରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ଦେଶରେ ମୋଟ ୨୭୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨ଜଣ ଭାରତୀୟ ହୋଇଥିବା ବେଳେ ୩୯ଜଣ ବିଦେଶୀ ନାଗରିକ ବୋଲି ଜଣାପଡିଛି । ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ୪ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ ୨୨ରାଜ୍ୟ ଓ କେନ୍ଦ୍ର ଶାସିିତ ଅଞ୍ଚଳରେ କରୋନା ଭୂତାଣୁର ପ୍ରକୋପ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ପଞ୍ଜାବ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଚଣ୍ଡିିଗଡ, ଜମ୍ମୁ-କାଶ୍ମୀର, ଲଦାଖ, ଉତ୍ତରପ୍ର୍‌ଦଶେ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗଳା ରହିଛିି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୫ହଜାରରେ ପହଞ୍ଚିିଥିବା ବେଳେ, ମୃତ୍ୟୁ ସଂଖ୍ୟା ୧୧ହଜାର ଅତିକ୍ରମ କରିଛି । କିନ୍ତୁ ଚୀନରେ ୩ୟ ଦିନ ପାଇଁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here