ଏସିଆନ ଗେମ୍ସରେ ତୃତୀୟ ଦିନରେ ଭାରତ ପାଇଁ ଗୌରବ ଆଣିଛନ୍ତି ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ। ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସୌରଭ ମଙ୍ଗଳବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସୌରଭ ଏହି ପ୍ରତିଯୋଗିତାରେ ୨୪୦.୭ ଅଙ୍କ ହାସଲ କରିଛନ୍ତି। ସେହିପରି ଭାରତର ଅଭିଷେକ ବର୍ମା ଏହି ଇଭେଣ୍ଟରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ସୌରଭ ଉତ୍ତରପ୍ରଦେଶ ମିରଟର ବାସିନ୍ଦା।