ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାରଙ୍କ ବଡ ପ୍ରସ୍ତୁତି । ହଜାର ହଜାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଏଭଳି ସ୍ଥିତିରେ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ପୁରା ଦେଶ କରୋନା ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ଦେଶପାଇଁ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ମନୋଜ ବେହେରାଙ୍କ ପତ୍ନୀ ଇଲିଲତା ସହାୟତାର ହାତ ବଢାଇଛନ୍ତି । ସେ ଓ ତାଙ୍କ ଟିକି ଝିଅ ନିଶ୍ଚିତକୋଇଲି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ମାସର ପେନସନ ୩୩ ହଜାର ୩୩୦ ଟଙ୍କା ଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here