ମୋ ସ୍ତ୍ରୀର ମୃତ୍ୟୁ ହୋଇଛି ଆଗ୍ୟା । ମୁଁଏକୁଟିଆଏଠି ରୁହେ । ଘରଲୋକ ଗାଁରେ ରୁହନ୍ତି । କିନ୍ତୁ କରୋନା ଆଶଙ୍କାରେ ମୋ ସ୍ତ୍ରୀର ମୃତ ଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେବାକୁ ରୋକଠୋକ ମନା କରିଦେଲେ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ । ମୟୂରଭଞ୍ଜ ଏକତୋଳା ଗାଁର ରାମଚନ୍ଦ୍ର ହାଂସଦାଙ୍କ ପତ୍ନୀ ସୁନିତା ବାସ୍କେ ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟରତ ଥିଲେ । ହେଲେ ଗର୍ଭବତୀ ଥିବାରୁ ଛୁଟିରେ ସୋରୋରେ ସ୍ୱାମୀଙ୍କ ପାଖରେ ଆସି ରହୁଥିଲେ । ଗତକାଲି ବାସ୍କେଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେ ନିକଟସ୍ଥ ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ । ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଆଖ଼ିବୁଜି ଦେଇଥିଲେ ବାସ୍କେ । ସେପଟେ ମୃତ ପତ୍ନୀଙ୍କ ଶବସତ୍କାର ପାଇଁ ଗାଁକୁ ଯୋଗାଯୋଗ କରିଥିବା ବେଳେ ଗ୍ରାମବାସୀ କରୋନା ଭୟରେ ଗାଁକୁ ପୂରାଇ ଦେବେନି ବୋଲି କହିଥିଲେ । ଏମିତିକି ଗାଁରେ ତାଙ୍କ ପରିବାର ଲୋକେ କେହିବିି ଯଦି ଶବ ଦେଖିବାକୁ ଯାଆନ୍ତି, ତେବେ ସେମାନଙ୍କୁ ଗାଁରୁ ବାସନ୍ଦ କରିଦେବାକୁ ଧମକ ଦେଇଥିଲେ ଗ୍ରାମବାସୀ । ଶେଷରେ ସୋରୋରେ ପତ୍ନୀଙ୍କ ଶେଷକୃତ୍ୟ ସଂପନ୍ନ କରିଛନ୍ତି ରାମଚନ୍ଦ୍ର ।

LEAVE A REPLY

Please enter your comment!
Please enter your name here