ଭଲ ଲାଗୁନି କ୍ୱାରେଣ୍ଟିନ୍ । ସରକାରୀ କ୍ୱାରେଣ୍ଟିନ୍ ହୋମ୍‌ରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ଅନ୍ତେବାସୀ । କରିଥିବା ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା ଅଶୋକ କଲ୍ୟାଣ ମଣ୍ଡପ ସ୍ଥିତ ସରକାରୀ କ୍ୱାରେଣ୍ଟିନ୍ ହୋମ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି । ଫିନାଇଲ୍ ପିଇବା ପରେ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଗତ ୨୬ ତାରିଖରେ ରାୟଗଡ଼ା କୁମ୍ଭିତୋଟା କ୍ୱାରେଣ୍ଟିନ୍ ହୋମ୍‌ରେ ଜଣେ ଅନ୍ତେବାସୀଙ୍କୁ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here