ରାଜ୍ୟ କଂଗ୍ରେସର ଦୁଇଦିନ ଧରି ମାରାଥନ ବୈଠକ ବସିବା ପରେ ମଙ୍ଗଳବାର ପ୍ରସ୍ତୁତ କରାଯାଇଛି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଗାଇଡ ଲାଇନ. ଅମାନତ ହରାଇଥିବା ପ୍ରାର୍ଥି ଟିକଟ ପାଇବାର ପ୍ରଶ୍ନ ଉଠୁନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିବା ନିରଞ୍ଜନ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ନେତାଙ୍କୁ ଟିକଟ ମିଳିବ ନାହିଁ ବୋଲି ଆଜି କହିଛନ୍ତି । ତୃତୀୟ ଦିନରେ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ବେଶ୍ କିଛି ସମୟ ଧରି ବୈଠକ ଅନୁଷ୍ଠିତ ହୋଇଥିଲା । ପନ୍ଦର ଦିନ ମଧ୍ୟରେ 50 ଜଣ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବାକୁ କଂଗ୍ରେସ ଘୋଷଣା କରିଛି.