ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ “ମୁଡ୍ ଅଫ ଦି ନେସନ” ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି ପାଇଁ ସମ୍ଭାବ୍ୟ ବିପଦର ସଙ୍କେତ ଦେଇଛି. ଦେଶର ୯୭ଟି ଲୋକସଭା ଏବଂ ୧୯୭ ବିଧାନସଭା କ୍ଷେତ୍ରରେ ୨୦୧୮ ଜୁଲାଇ ୧୮ରୁ ୨୯ ଜୁଲାଇ ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୧୨ହଜାର ଏକ ଶହ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମତ ଅନୁସାରେ ପ୍ରସ୍ତୁତ କରାଯାଇଛି ଏହି ରିପୋର୍ଟ । ଏଥିରେ ଦର୍ଶାଯାଇଛି ଯେ ,୫୪୩ ଲୋକସଭା ଆସନ ମଧ୍ୟରୁ ଆସନ୍ତା ନିର୍ବାଚନରେ ବିଜେପି ୨୪୫ ଆସନ ହାତେଇବାର ସମ୍ଭାବନା ରହିଛି । ତେବେ ଏନଡିଏକୁ ୨୮୧, ୟୁପିଏକୁ ୧୨୨ ଆସନ ଏବଂ ଅନ୍ୟ ଦଳକୁ ୧୪୦ ଆସନ ମିଳିବ ବୋଲି ଏଥିରେ ପ୍ରକାଶ ପାଇଛି । ସର୍ଭେ ଅନୁସାରେ ଏସପି, ବିଏସପି, ଟିଏମସି, ଟିଡିପି, ପିଡିପିଆଦି ଆଞ୍ଚଳିକ ଦଳଙ୍କ ଭୂମିକା ଆସନ୍ତା ନିର୍ବାଚନରେ ବୃଦ୍ଧି ପାଇବ । ସେହିପରି ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ ଲୋକ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରୁଥିବା ଦର୍ଶାଯାଇଛି । ମୋଦିଙ୍କ ଲୋକପ୍ରିୟତା ୪୯ ପ୍ରତିଶତ ଥିବାବେଳେ ରାହୁଲଙ୍କର ୨୭ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here