ପ୍ରବାସୀଙ୍କୁ ନେଇ ଏବେ ରାଜ୍ୟରେ ବଢୁଛି ଚିନ୍ତା । ଓଡିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଓଡିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ପ୍ରଥମେ ସଂପୃକ୍ତ ରାଜ୍ୟରେ କରୋନା ପରୀକ୍ଷା କରିବା ଆବଶ୍ୟକ । ରିପୋର୍ଟ ନେଗେଟିଭ ଆସିଲେ ଓଡିଶା ପ୍ରବେଶ ପାଇଁ ଅନୁମତି ମିଳିବ । ଜନସ୍ୱାର୍ଥ ସମ୍ବଳିତ ମାମଲାର ବିଚାର କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଓଡିଆଙ୍କ ଘର ବାହୁଡା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢି ଚାଲିଥିବାରୁ ଉଦବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here