ଦକ୍ଷିଣପୂର୍ବ ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା । ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟ ଲଘୁଚାପ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ । କାଳକ୍ରମେ ଘନୀଭୂତ ହୋଇ ୧୬ ସୁଦ୍ଧା ଝଡବାତ୍ୟାର ରୂପ ନେବ । ଝଡବାତ୍ୟାର ରୂପ ନେଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ପରେ ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ ଝଡ ବାତ୍ୟାର ରୂପରେଖ କିଭଳି ହେବ ସ୍ପଷ୍ଟ ହୋଇନି । ଭାରତୀୟ ପାଣିପାଗ ବିଗ୍ୟାନ କେନ୍ଦ୍ର ଆଇଏମଡି ପକ୍ଷରୁ ସୂଚନା । ଏବେ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । କାଳକ୍ରମେ ଘନୀଭୂତ ହୋଇ ୧୫ରେ ଅବପାତର ରୂପ ନେବ । ୧୬ ସଂଧ୍ୟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।