ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ଅଫ ଓ ଅନ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ ବ୍ୟତିତ ଅନ୍ୟ ସବୁଠି ହୋମ ଡେଲିଭରି । ବିଦେଶୀ ମଦ ଓ ବିୟର ଉପରେ କୋଭିଡ ଫି ଲଗାଇଲେ ସରକାର । ଯାହା ଏମଆରପି ଅଛି , ତା ଉପରେ ୫୦ ପ୍ରତିଶତ କୋଭିଡ ଫି ଲାଗିବ । କୋଭିଡ ଫି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ । ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସପ୍ଲେ ରଖିବେ । ଡିସପ୍ଲେରେ ଫୋନ ନମ୍ବର , ହ୍ୱାଟସଆପ ନମ୍ବର , ଇ-ମେଲ ଆଇଡି ରହିବ । ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ । ଓଏସବିସି ୱେବସାଇଟ୍ – ଓଏସବିସି.କୋ.ଇନ୍ ଜିଲ୍ଲାୱାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଳ୍ୟ ମଧ୍ୟ ୱେବସାଇଟରେ ରହିବ । ରେଟେଲର ମଧ୍ୟ ଏହି ହୋମ ଡେଲିଭରି ବ୍ୟବସ୍ଥାରେ ମଦ ପାଇବେ ।

LEAVE A REPLY

Please enter your comment!
Please enter your name here