ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପୁରୋହିତଙ୍କୁ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଦେଇଛନ୍ତି I ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ମିଳିବା ପରେ ରଥଯାତ୍ରା ହେବା ନେଇ ସମ୍ଭାବନା ବୃଦ୍ଧି ପାଇଛି I ଲକ୍ ଡାଉନ କଟକଣା ଭିତରେ ରଥଯାତ୍ରା କେମିତି ହେବ, ସେ ନେଇ ରାଜ୍ୟ ସରକାର ତୁରନ୍ତ ନିୟମାବଳୀ ପ୍ରକାଶ କରିବାକୁ ଶ୍ରୀମନ୍ଦିର ସେବାୟତ ନିବେଦନ କରିଛନ୍ତି I ଏପରିକି ରଥ ଟାଣିବା ପାଇଁ 17 ଶହରୁ ଦୁଇ ହଜାର ସେବାୟତ ରହିଛନ୍ତି ଏବଂ ପୋଲିସ ସହ ମିଶି ସେବାୟତମାନେ ରଥ ଟାଣିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି I କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ କହିଛନ୍ତି, ସେବାୟତ ଓ ପୋଲିସକୁ ନେଇ ରଥ ଟଣାଯାଉ I ସମୟ ପାଖେଇ ଆସୁଥିବାରୁ ସରକାର ତୁରନ୍ତ ରଥଯାତ୍ରା ନେଇ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି I ପୂର୍ବରୁ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିସାରିଥିବା ବେଳେ ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଛି I ଆସନ୍ତା 18 ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣୀ କରିବାର ସମ୍ଭାବନା ରହିଛି I

LEAVE A REPLY

Please enter your comment!
Please enter your name here