ଭୁବନେଶ୍ୱର ସହରରୁ ଆଜି ଆଉ ୨୯ କରୋନା ଆକ୍ରାନ୍ତ ଚିହ୍ନଟ । ୨୯ରୁ ଲୋକାଲ କଣ୍ଟାକ୍ଟ ୧୪ ,କ୍ୱାରେଣ୍ଟିନ୍ ୧୪, ଜଣେ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ । ଡୁମଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରିର ଜଣେ ମହିଳା, ଘରୋଇ ହସ୍ପିଟାଲର ୨ ମହିଳା କର୍ମଚାରୀ ପଜିଟିଭ୍ ଚିହ୍ନଟ । ଭରତପୁରର ଜଣେ କେଶରୀନଗର ବସ୍ତିର ଜଣେ ପଜିଟିଭ୍ ଚିହ୍ନଟ । ୟୁନିଟ-୧ ଅଞ୍ଚଳରୁ ଜଣେ , ବଡଗଡ ବ୍ରିଟ୍ କଲୋନିରୁ ଜଣେ ଚିହ୍ନଟ । ବମିଖାଲ ଜୟଦୁର୍ଗା ନଗରରୁ ଜଣେ, ବରମୁଣ୍ଡା ଟେଲକୋ କଲୋନିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସହିଦନଗରରୁ ଜଣେ, ହଂସପାଳ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here