ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କଲେ ଦୁବୁର୍ତ୍ତ । ଆଉ ନିଜ ବାପାର ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଭୟଭୀତ ହୋଇଯାଇଥିଲେ ଝିଅ ଏବଂ ଭାଣୀଜି । ବାପାଙ୍କୁ ଟଳିପଡିବାର ଦେଖି ବ୍ୟସ୍ତ ବିବ୍ରତ ହୋଇ ସହାୟତା ମାଗିଥିଲେ ଝିଅ । ଯେଉଁ ଘଟଣା ପୁରା ସିସିଟିଭିରେ କଏଦ ହୋଇଛି ।
ସୋମବାର ରାତିରେ ଗାଜିଆବାଦର ସାମ୍ବାଦିକ ବିକ୍ରମ ଯୋଶୀ ମଟର ସାଇକେଲରେ ଭାଣୀଜି ଏବଂ ଝିଅଙ୍କୁ ନେଇ ଘରକୁ ଯାଉଥିଲେ । ହଠାତ୍ ଦୁବୁର୍ତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ଗୁଳିଚଳାଇଥିଲେ । ଆଉ ସେଇଠାରେ ହିଁ ଟଳିପଡିଥିଲେ ସାମ୍ବାଦିକ ବିକ୍ରମ ଯୋଶୀ । ପରେ ଘଟଣାରୁ ଜଣାପଡିଛି ଯେ, ବିକ୍ରମଙ୍କ ଭାଣୀଜୀଙ୍କୁ କିଛି ବ୍ୟକ୍ତି ଅସଦାଚରଣ କରୁଥିଲେ । ଆଉ ବିକ୍ରମ ଥାନାରେ ଏତଲା ମଧ୍ୟ ଦେଇଥିଲେ । ବିକ୍ରମ ଏହାର ବିରୋଧ କରିବାରୁ ବିକ୍ରମଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଦୁବୃର୍ତ୍ତ । ପୋଲିସ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଥିବାବେଳେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ବିକ୍ରମଙ୍କ ଭଣଜା ।
ଆଉ ସେପଟେ କୋହ ସମ୍ଭାଳିପାରୁାହାଁନ୍ତି ପତ୍ନୀ । ନିଜ ମ୍ବାମୀଙ୍କୁ ଯେମିତି ଗୁଳି କରି ମାରିଛନ୍ତି ସେମିତି ଦୋଷୀଙ୍କୁ ମରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here