ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡଗାଁରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାକ୍ଷୀ ପୂର୍ଣ୍ଣମୀ ଥିବାରୁ ଭାସ୍କର ବେହେରାଙ୍କ ବାରବର୍ଷର ଝିଅ ଆଶା ବେହେରା ସେହି ଗ୍ରାମର ନିରଞ୍ଜନ ଦଳେଇଙ୍କ ୧୫ବର୍ଷର ପୁଅ ସୁଶାନ୍ତ ହାତରେ ରାଖୀ ବାନ୍ଧିବା କୁ ଯାଇଥିଲା । ରାଖୀ ବାନ୍ଧିସାରିଲା ପରେ ତାଙ୍କ ପରିବାର ସହ ଏକାଠି ବସି ଖାଉଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତ ରେ ଆଶା ବେହେରା ଓ ସୁଶାନ୍ତ ଦଳେଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ମୃତ ସୁଶାନ୍ତର ଭଉଣୀ ରଙ୍ଗଲତା ପ୍ରଧାନ ଓ ଭିଣୋଇ ବିଜୟ ପ୍ରଧାନ ଆହତ ହୋଇ ଖନ୍ତାପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here