ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୬୭ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୬୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୦୬ । ରାଜ୍ୟରେ ମେବାଟ୍ ପଜିଟିଭ୍‌ଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୮୪, ପୁରୀ-୨୩୫, ରାୟଗଡା-୧୬୯, ଅନୁଗୁଳ-୬୦, ବାଲେଶ୍ୱର-୯, ଭଦ୍ରକ-୧୩୮,ବଲାଙ୍ଗୀର-୪୩, ବୌଦ୍ଧ-୪୪, ଦେଓଗଡ-୨୩, ଢେଙ୍କାନାଳ-୧୮, ଗଜପତି-୧୮, ଗଞ୍ଜାମ-୯୭, ଜଗତସିଂହପୁର-୬୬, ଯାଜପୁର-୨୩, ଝାରସୁଗୁଡା-୩୭, କଳାହାଣ୍ଡି-୩୭, କନ୍ଧମାଳ-୨୭, କେନ୍ଦ୍ରାପଡା-୫୧, କେନ୍ଦୁଝର-୧୦୭, କୋରାପୁଟ-୮୩, ମାଲକାନଗିରି-୧୭, ମୟୂରଭଞ୍ଜ-୧୩୪, ନବରଙ୍ଗପୁର-୮୫, ନୟାଗଡ-୭୦, ନୂଆପଡା-୪୦, ସମ୍ବଲପୁର-୮୦, ସୋନପୁର-୬୬, ସୁନ୍ଦରଗଡ-୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କରୋନାରୁ ସୁସ୍ଥ ହେଲେଣି ୮୭୩୫୧ । ଏବଂ ଆକ୍ଟିଭ୍ କେସ୍ ରହିଛି ୨୮୭୪୩ ।
ସେହିପରି କରୋନାରେ ଆଜି ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର, କଟକ, ଗଞ୍ଜାମରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨, ରାୟଗଡାରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୧ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here