ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୬୦୦ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨୧୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୯୧ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪ କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ରହିଛି ୩୫, ୩୨୬ ଏବଂ ସୁସ୍ଥ ହେଲେଣି ୧,୯୦, ୦୮୦ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୫୮, ଷ୍ଟେଟ୍ ପୁଲ-୧୫୮, ମୟୂରଭଞ୍ଜ-୧୫୬, ଯାଜପୁର-୧୩୯, ପୁରୀ-୧୧୫, ଅନୁଗୁଳ-୧୦୦, ବାଲେଶ୍ୱର-୧୦୭, ବରଗଡ-୧୦୬, କେନ୍ଦ୍ରାପଡା-୧୨୯, କେନ୍ଦୁଝର-୧୦୬, ନବରଙ୍ଗପୁର-୧୧୬, ସମ୍ବଲପୁର-୧୨୬, ସୋନପୁର-୧୨୯, ବଲାଙ୍ଗିର-୯୯, ଭଦ୍ରକ-୮୨, ବୌଦ୍ଧ, ଢେଙ୍କାନାଳରୁ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ-୩୧, ଜଗତସିଂହପୁର-୭୩, ଝାରସୁଗୁଡା-୪୧, କଳାହାଣ୍ଡି-୫୧, କନ୍ଧମାଳ-୯୭, କୋରାପୁଟ-୬୬, ମାଲକାନଗିରି-୪୬, ନୟାଗଡ-୭୪, ନୂଆପଡା-୮୪, ରାୟଗଡା-୩୨, ସୁନ୍ଦରଗଡ-୮୯ , ଦେଓଗଡରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬ ଏବଂ ନୟାଗଡରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ ଓ ବାଲେଶ୍ୱରରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here