ବଜାରରେ ଏବେ ପିଆଜ ପରେ ଭାଉ ଦେଖାଇଲାଣି ଆଳୁ । କାର୍ତ୍ତିକ ମାସ ଚାଲିଥିବାରୁ ଅଧିକାଂଶ ଲୋକ ନିରାମିଶ ଉପରେ ନିର୍ଭର କରିଥାନ୍ତି । ଏବଂ ତଟକା ପନିପରିବା ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ବିଶେଷକରି ନିତ୍ୟ ବ୍ୟବହାର୍ଯ୍ୟ ଆଳୁ ପିଆଜ ଦର ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜ କିଲୋପ୍ରତି ଦର ୮୦ ଟଙ୍କା ଟପିଥିବାବେଳେ ଆଳୁ ଏବେ କିଲୋପ୍ରତି ୪୫ ଟଙ୍କା ରହିଛି । ଆଳୁ ଏବଂ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ।

LEAVE A REPLY

Please enter your comment!
Please enter your name here